ବାରାଣସୀ, ୨୧/୫ : ଗଙ୍ଗାକୁ ହିନ୍ଦୁମାନଙ୍କ ସବୁଠାରୁ ପବିତ୍ରତମ ନଦୀ ବୋଲି କୁହାଯାଏ । ଏଥିରେ ସାକ୍ଷାତ ଗଙ୍ଗାମାତା ବାସ କରୁଥିବାର ବିଶ୍ୱାସ ରହିଥିବାବେଳେ ଅନେକ ଦେବାଦେବୀ ମଧ୍ୟ ଏଠାକୁ ଆସିଥାନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ତେବେ ଗଙ୍ଗା ଜଳର କେବଳ ଏକ ନଦୀର ଜଳ ନୁହେଁ ଏଥିରେ ବହୁତ କିଛି ଔଷଧୀୟ ଗୁଣ ରହିଛି ବୋଲି ଶୁଣିବାକୁ ମିଳିଥାଏ । ଏଥିପାଇଁ ଗଙ୍ଗା ଜଳକୁ ଅମୃତ ବୋଲି କୁହାଯାଇଥାଏ । ତେବେ କ’ଣ ପାଇଁ ଗଙ୍ଗା ଜଳକୁ ଅମୃତ ବୋଲି କୁହାଯାଏ ସେ ସମ୍ପର୍କରେ ବର୍ଷ ବର୍ଷ ଧରି ବୈଜ୍ଞାନିକମାନେ ଗବେଷଣା କରିଆସୁଥିବାବେଳେ ଏବେ ତାଙ୍କୁ ଏହାର ରହସ୍ୟ ଭେଦ କରିବାର ସଫଳତା ମିଳିଛି । ସେମାନଙ୍କ କହିବାନୁସାରେ, ଲୋକମାନେ ଗଙ୍ଗାକୁ ଅଳିଆ କରିବାରେ କୌଣସି ସୁଯୋଗ ଛାଡ଼ନ୍ତି ନାହିଁ । ଏଥିରେ ଶବ ଫୋପାଡ଼ି ଦିଅନ୍ତି, ଅଳିଆ ଆବର୍ଜନା ପକାନ୍ତି ଏବଂ ନାଳର ଦୂଷିତ ପାଣିବି ଏଥିରେ ଛାଡ଼ି ଦିଅନ୍ତି । ତଥାପି ବି ଗଙ୍ଗାର ପାଣି ବିଲକୁଲ ଶୁଦ୍ଧ ଏବଂ ସବୁବେଳେ ସତେଜ ରୁହେ । ଗଙ୍ଗା ନଦୀର ପାଣି କେବେ ବି ଖରାପ ନ ହେବାର କାରଣୁ ହେଉଛି ‘ଭୂତାଣୁ’ । ଆଜ୍ଞା ହଁ ଗଙ୍ଗା ଜଳରରେ ଏମିତି ଭୂତାଣୁ ପାଇବାକୁ ମିଳେ, ଯାହା ଏଥିରେ ବିଘଟନ ହେବାକୁ ଦିଏନି । ତେବେ ଏହି ତର୍କକୁ ପ୍ରମାଣ ଆମକୁ ପାଖାପାଖି ୧୦୦ ବର୍ଷ ତଳକୁ ଯିବାକୁ ପଡ଼ିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ସେମାନଙ୍କ କହିବାନୁସାରେ, ୧୮୯୦ ଦଶକରେ ପ୍ରସିଦ୍ଧ ବ୍ରିଟିଶ ବୈଜ୍ଞାନିକ ଅର୍ନେଷ୍ଟ ହ୍ୟାକିଙ୍ଗ୍ ଗଙ୍ଗାର ପାଣିକୁ ରିସର୍ଚ୍ଚ କରୁଥିଲେ । ସେହି ସମୟରେ ହଇଜା ବ୍ୟାପ୍ତ ହୋଇଥିଲା । ଲୋକମାନେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବକୁ ଆଣି ଗଙ୍ଗା ନଦୀରେ ଫୋପାଡ଼ି ଦେଉଥିଲେ । ହ୍ୟାକିଙ୍ଗଙ୍କୁ ଡର ଥିଲା ଯେ ଗଙ୍ଗା ନଦୀରେ ଗାଧୋଉଥିବା ଲୋକେ ମଧ୍ୟ ହଇଜାର ଶିକାର ହୋଇଯିବେ । କିନ୍ତୁ ଏପରି ହୋଇନଥିଲା । ତେବେ ଗଙ୍ଗାଜଳର ଏଭଳି ଚମକ୍ରାରୀ ପ୍ରଭାବ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହ୍ୟାକିଙ୍ଗଙ୍କ ଏହି ଗବେଷଣାକୁ ପରବର୍ତ୍ତୀ ସମୟରେ ୨୦ ବର୍ଷ ପରେ ଜଣେ ଫ୍ରେଞ୍ଚ ବୈଜ୍ଞାନିକ ଆଗକୁ ବଢ଼ାଇଥିଲେ । ସେ କରିଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ, ଗଙ୍ଗା ଜଳରେ ମିଳୁଥିବା ଭୂତାଣୁ କଲେରା କାରକ ବ୍ୟାକ୍ଟେିଆରେ ପଶି ତାକୁ ନଷ୍ଟ କରିଦେଉଥିଲେ । ଏହି ଭୂତାଣୁ ଗଙ୍ଗା ଜଳର ଶୁଦ୍ଧତା ବଜାୟ ରଖିବାରେ ଦାୟୀ ଥିଲେ । ଆଜିକାଲିର ଗବେଷକ ଏହାକୁ ନିଞ୍ଜା ଭାଇରସ କୁହନ୍ତି । ଅର୍ଥାତ୍ ଏହା ସେହି ଭାଇରସ ଯାହା ବ୍ୟାକ୍ଟେରିଆଙ୍କୁ ମାରେ ।
Tuesday, May 22, 2018
ଗଙ୍ଗା ଜଳ ଅମୃତ

Subscribe to:
Post Comments (Atom)
No comments:
Post a Comment