କୌଣସି ଏକ ନଦୀରେ ଗୋଟିଏ ହାତୀର ଶବ ଭାସିଯାଉଥିଲା । ଗୋଟିଏ କୁଆ ଶବକୁ ଦେଖି ପ୍ରସନ୍ନ ହେଲା ଓ ଉଡି ଉଡି ଆସି ହାତୀର ଶବ ଉପରେ ବସିପଡିଲା । ଯଥେଷ୍ଟ ମାସଂ ଖାଇଲା ଓ ନଦୀର ପାଣି ପିଇ ପରମତୃପ୍ତିର ଆନନ୍ଦରେ ଶବ ଉପରେ ବସି ସାରା ସଂସାରର ଦୃଶ୍ୟ ଉପଭୋଗ କଲା । ମନେମନେ ଚିନ୍ତା କଲା ଏହା ସବୁଠାରୁ ସୁନ୍ଦର ଯାନ । ଏଠାରେ ଖାଇବାକୁ ପ୍ରଚୁର ମାସଂ ସହିତ ନଦୀର ଦିଗ ଦିଗ ବ୍ୟାପି ଜଳରାଶି । ଯାହା ତାର କ୍ଷୁଧା ଓ ତୃଷା ମେଣ୍ଟାଇବା ପାଇଁ ଯଥେଷ୍ଟ । ତେଣୁ ଏପରି ସ୍ଥାନକୁ ଛାଡି ଅନ୍ୟତ୍ର ଯିବା ତାକୁ ଠିକ୍ ହେବନାହିଁ ।
କୁଆ ନଦୀର ଜଳରାଶିରେ ଭାସୁଥିବା ହାତୀର ଶବ ଉପରେ ଅନେକ ଦିନ ଆନନ୍ଦରେ ଖାଇ ପିଇ ରହିଲା । ଭୋକ ଲାଗିବା ମାତ୍ରେ ସେ ହାତୀର ମାସଂକୁ ଝିଣୀ ଖାଉଥିଲା ଓ ନଦୀର ଜଳ ପିଉଥିଲା । ଅଗାଧ ଜଳରାଶିରେ ଭାସି ଭାସି ନଦୀର କୁଳେକୁଳେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ଆନନ୍ଦ ବିଭୋର ହେଉଥିଲା । ସର୍ବଶେଷରେ ନଦୀ ତାର ଗନ୍ତବ୍ୟ ପଥ ମହାସାଗରରେ ମିଶିଗଲା ।
ସାଗରରେ ମିଶିବା ତାର ଚରମ ଲକ୍ଷ୍ୟ ଥିଲା, କିନ୍ତୁ ସେଦିନ ଲକ୍ଷ୍ୟହୀନ କୁଆର ବଡ ଦୁର୍ଗତି ଦେଖାଗଲା । ଚାରିଦିନର ମୌଜମସ୍ତି ତାକୁ ଏପରି ଏକ ସ୍ଥାନରେ ପହଞ୍ଚାଇ ଦେଲା, ଯେଉଁଠି ତାକୁ କିଛି ଖାଦ୍ୟ ମିଳିଲା ନା ତୃଷା ମେଣ୍ଟାଇବା ପାଇଁ ମିଠା ଜଳ ।ନା କୌଣସି ଆଶ୍ରୟ । ଚର୍ତୁଦିଗ ଅନନ୍ତ ସୀମାହିନ ଲୁଣିଆ ଜଳରାଶି ତରଙ୍ଗାୟିତ ହେଉଥିଲା । କୁଆ କିଛିଦିନ ଭୋକଶୋଷରେ ଚର୍ତୁଦିଗକୁ ଉଡିବାର ଅସଫଳ ପ୍ରୟାସ କଲା । ଅଙ୍କାବଙ୍କା ଉଡି ଉଡି ନିଜ ଶକ୍ତିର ପରାକ୍ରମ ଦେଖାଇଲା । କିନ୍ତୁ ଯେତେଦୂର ଉଡିଲେ ବି ତାକୁ କୌଣସି କୂଳ କିନାରା ମିଳିଲା ନାହିଁ । ଶେଷରେ ଥକିଯାଇ ହାରିଯାଇ ଗଗନଚୁମ୍ଭି ଲହଡିରେ ନିଜକୁ ଆତ୍ମସମର୍ପଣ କଲା ଓ ଏକ ବିଶାଳ ମଗର ମାଛ ତାକୁ ଗିଳିଦେଲା ।
ମିତ୍ର ଶାରୀରିକ ସୁଖରେ ଲିପ୍ତ ରହୁଥିବା ମଣିଷମାନଙ୍କ ପରିଣତି ଏହିପରି ହୋଇଥାଏ । ଯେଉଁମାନେ ଆହାର ଓ ଆଶ୍ରୟକୁ ପରମ ସୁଖ ମାନିନିଅନ୍ତି ଏବଂ ଶେଷରେ ଅନନ୍ତ ସଂସାର ରୁପି ସାଗରରେ ସେମାନେ ହଜି ଯାଆନ୍ତି । ମଣିଷର ଜନ୍ମ ସୃଷ୍ଟିର ମଙ୍ଗଳ ପାଇଁ । ତେଣୁ ସଂସାରକୁ ଆସିଛେ ଅର୍ଥାତ ନିଜ ବିଷୟରେ ଭାବିବା ସହିତ ଅନ୍ୟମାନଙ୍କ ବିଷୟରେ ଭାବିବା ନିଶ୍ଚିତ ଦରକାର । ଅନ୍ୟକୁ ସାହାଯ୍ୟ କରିବା ଦରକାର । ସମସ୍ତଙ୍କ ସୁଖରେ ସୁଖୀ ହେବା ଓ ସମସ୍ତଙ୍କ ଦୁଃଖରେ ଦୁଃଖି ହେବା ପ୍ରକୃତ ମଣିଷର ଧର୍ମ । ଏମିତି କିଛି କରିବା ଯାହାକି ଆମେ ନଥିଲେ ବି ଆମ ନାମ ସଂସାରରେ ରହିଭ । ଏସବୁ ହୋଇପାରିବ ଯଦି ଆମେ ନିଜ ବିଷୟରେ ଚିନ୍ତା କରିବା ସହିତ ସମସ୍ତଙ୍କ ବିଷୟରେ ଚିନ୍ତା କଲେ ।
ବିଜୟ କାହା ପାଇଁ, ପରାଜୟ କାହା ପାଇଁ ।
ସାରା ଜୀବନ ଏ କ୍ଷୁଦ୍ର ମାନସିକତା କାହା ପାଇଁ ।
ଯିଏ ଜନ୍ମ ନେଇଛି ସେ ଦିନେ ନିଶ୍ଚୟ ଫେରିଯିବ ।
*ପୁଣି ଘୃଣା, କ୍ରୋଧ, ଅହଂକାର ଓ ଗର୍ବ କାହାପାଇଁ?